Skip to main content

Odia shayari, new Odia shayari 2018, romantic shayari for her,

ଶବ୍ଦ ନାହିଁ ତୁମ ସୌନ୍ଦର୍ଯ୍ୟର ବର୍ଣ୍ଣନା କରିବା ପାଇଁ
ଶବ୍ଦ ନାହିଁ ମୋର ହୃଦୟର କଥା ତୁମକୁ କହିବା ପାଇଁ ।

ମୁରୁକି ହସରେ କିଣି ନିଅ ତୁମେ ହଜାରେ ରସିକ ମନ
           ତୁମକୁ ପାଇବା ଛାଡ଼
  ତୁମ ମୁହଁ ଦିନେ ଦେଖିବା ବି ଲାଗେ ସ୍ୱପ୍ନ ।

ମୋର ସପନର ଫୁଲ ବଗିଚାରେ
       ଖାଲି ଫୁଟିଛି ଗୋଟିଏ ଫୁଲ
ଆଉ ସେଇ ଫୁଲଟିଏ ତୁମେ ।
ଯେଉଁ ଚେହେରାକୁ ସପନରେ ଦେଖେ
         ଏତେ ଯାହାକୁ ପାଏ ମୁଁ ଭଲ
  ହଁ ତମେ ସେଇ ଝିଅଟିଏ ।


ହୃଦୟର କଥା କେମିତି କହିବି
କୁହ ତୁମକୁ ମୁଁ କେମିତି ପାଇବି
ଏତେ ବଡ଼ ଦୁନିଆରେ ।
ସତରେ ନଆସି ସପନରେ ଆସ
ସପନେ ନହେଲେ ଭାବନାରେ ଆସ
ଅଛ ତୁମେ କେଉଁଠାରେ ।

ସବୁବେଳେ ତୁମେ ହୃଦୟରେ ଅଛ
ହୃଦୟର ପ୍ରତି ସ୍ପନ୍ଦନରେ ଅଛ
ତୁମେ ଅଛ ପ୍ରତି ପଲକରେ ।
ଆଉ ଅଛ ମୋର ନିଶ୍ୱାସରେ ସତେ
ଥରେ ତୁମେ ଦିଅ ଅନୁମତି ମୋତେ
ବଞ୍ଚିବାକୁ ତୁମ ସାଥିରେ ।

Comments

Popular posts from this blog

odia love shayri image 2019

Odia love Shayari image download

Odia Dhoka Love Shayari If you love some one heatly , Then please share this blog to your loved one For more shayari images  Click Here Watch odia LOVE Shayari  videos  "Click here  .

Odia sad Shayari, Best broken shayari.

Odia sad Shayari, Best  broken shayari.  Watch till end and comment down. And share to your friends.